Did you know :”ପତଞ୍ଜଳି ଯୋଗ ସୂତ୍ର ଏଇ ପୃଥିବୀର ମହାନ ଗ୍ରନ୍ଥ ଯାହା ସବୁଠୁ ନିରସ ଏବଂ ଅତି ଅରୁଚିକର ଅଟେ ଯେ କୌଣସି ବିଦ୍ୱାନ ଏହାକୁ ପଢିବାକୁ ଅମଙ୍ଗ ହୁଅନ୍ତି ।”
ମାନବ ତନ୍ତ୍ରକୁ ବୁଝିବା ଓ ଏହାର ସମ୍ଭାବନାକୁ ଖୋଜିବା କାମ ଆଦିଯୋଗୀଙ୍କ ପୂର୍ବରୁ କେହି କରିନଥିଲେ । ସେମାନଙ୍କ ପରେ ମଧ୍ୟ ସେପରି କେହି ନଥିଲେ ଯାହାଙ୍କ କାମ ବା ଯୋଗଦାନ ଆଦିଯୋଗୀଙ୍କ ସମକକ୍ଷ ହୋଇ ପାରିବ । ତାଙ୍କ ପରେ ଭାରତ ଅନେକ ଯୋଗୀ, ସିଦ୍ଧ ପୁରୁଷ, ସାଧୁ ସନ୍ଥଙ୍କ ଜନ୍ମସ୍ଥଳ ପାଲଟିଥିଲା । ସେମାନଙ୍କ ମଧ୍ୟରୁ କିଛି ପ୍ରମୁଖ ଯୋଗୀ ଥିଲେ ବଶିଷ୍ଠ, ଭଗବାନ କୃଷ୍ଣ, ପରାଶର ଋଷି, ବ୍ୟାସ ଋଷି, ଅଷ୍ଟବକ୍ର ଓ ପତଞ୍ଜଳି…
ସେଥିରେ ଯୋଗ ଶିକ୍ଷାକୁ ଲିଖିତ ରୂପ ଦିଆଯାଇଛି । କିନ୍ତୁ ପ୍ରକୃତରେ ଏହା ଅତି ଗୋପନୀୟ ଏବଂ ସାଙ୍କେତିକ ରୂପରେ ଲିପିବଦ୍ଧ ଅଛି । କେବଳ ସିଏ ଏହି ଅର୍ଥକୁ ବୁଝିପାରିବେ ଯିଏ ଏଥିପାଇଁ ଦିକ୍ଷିତ ଅଟନ୍ତି । ସେହି ଯୁଗରେ ଯୋଗର ଏକ ମାତ୍ର ଲକ୍ଷ୍ୟ ମୋକ୍ଷ ଓ ଆତ୍ମଜ୍ଞାନ ଥିଲା ।
ବଶିଷ୍ଠ ସପ୍ତଋଷିଙ୍କ ମଧ୍ୟରୁ ଜଣେ । ସେ ବ୍ରହ୍ମାଙ୍କ ମାନସ ପୁତ୍ର ଅଟନ୍ତି । ତାଙ୍କ ପାଖରେ ଦିବ୍ୟ କାମଧେନୁ ଗାଈ ଓ ବାଛୁରୀ ନନ୍ଦିନୀ ଅଛି ଯିଏ ନିଜ ସ୍ଵାମୀଙ୍କୁ କିଛି ବି ଜିନିଷର ବରଦାନ ଦେବାର ସାମର୍ଥ୍ୟ ରଖନ୍ତି । ବଶିଷ୍ଠଙ୍କ ପତ୍ନୀ ହେଉଛନ୍ତି ଅରୁନ୍ଧତି । ଋଗବେଦରେ ବଶିଷ୍ଠ ଋଷିଙ୍କୁ ମିତ୍ରବରୁଣ ଏବଂ ଉର୍ବଶୀଙ୍କ ପୁତ୍ର ଦର୍ଶାଯାଇଛି ।
ଯୋଗ ବଶିଷ୍ଠ ଏକ ହିନ୍ଦୁ ଆଧ୍ୟାତ୍ମିକ ଗ୍ରନ୍ଥ ଅଟେ ଯାହାକୁ ବାଲ୍ମୀକିଙ୍କ ଦ୍ବାରା ଲେଖାଯାଇଥିଲା । କିଛି ହିନ୍ଦୁ ମାନନ୍ତି ଯେ ଏହି ଗ୍ରନ୍ଥରେ ମନୁଷ୍ୟ ମନରେ ଉଙ୍କିମାରୁଥିବା ସମସ୍ତ ପ୍ରଶ୍ନ ଉତ୍ତର ମିଳିପାରିବ ଏବଂ ମୋକ୍ଷ ପାଇବାରେ ସହାୟକ ହେବ । ଏଥିରେ ବଶିଷ୍ଟ ଋଷି ରାଜକୁମାର ରାମଙ୍କୁ ଦେଇଥିବା ପ୍ରବଚନର ବର୍ଣ୍ଣନା ଅଛି । ମହାଭାରତ ପରେ ଏହା ସଂସ୍କୃତରେ ସବୁଠୁ ବଡ଼ ଗ୍ରନ୍ଥ ମଧ୍ୟରୁ ଗୋଟିଏ ଏବ ଯୋଗର ଏକ ମହତ୍ତ୍ବପୂର୍ଣ ଗ୍ରନ୍ଥ ଅଟେ । ଏଥିରେ ପାଖାପାଖି ୩୨,୦୦୦ ଶ୍ଲୋକ ଅଛି ଏହି ବିଷୟକୁ ବୁଝିବା ପାଇଁ ବହୁତ ଲଘୁକଥା ବା କାହାଣୀ ସାମିଲ ଅଛି ।
ଭଗବାନ କୃଷ୍ଣ ଆଧ୍ୟାତ୍ମିକ ପ୍ରକ୍ରିୟାକୁ ପୁରା ଦୁନିଆରେ ପହଞ୍ଚାଇବାକୁ ଚାହୁଁଥିଲେ । ଖାସ କରି ସେମାନଙ୍କ ଯାଏ ଯିଏ ଦୁନିଆକୁ ପ୍ରଭାବିତ କରିପାରିବେ । ସେ ରାଜା ଓ ମହାରାଜାଙ୍କୁ ଭିତର ଆଡକୁ ମୋଡି ପ୍ରଭାବିତ କରିବାକୁ ଚେଷ୍ଟାକରୁଥିଲେ । କୃଷ୍ଣଙ୍କର ଲକ୍ଷ୍ୟ ଥିଲା ଆଧ୍ୟାତ୍ମିକ ପ୍ରକ୍ରିୟା ଓ ରାଜନୀତିକୁ ମିଶାଇବା । ସେ କେବଳ ରାଜାଙ୍କ ସହ କାମ କରିନଥିଲେ ବରଂ ଉତ୍ତର ଭାରତର ସ୍ଥାନରେ ଅନେକ ଆଶ୍ରମ ପ୍ରତିଷ୍ଠା କରିଥିଲେ । ଆଧ୍ୟାତ୍ମିକ ପ୍ରକ୍ରିୟାକୁ ସବୁଠୁ ଉପର ସ୍ତର ଓ ସବୁଠୁ ତଳ ସ୍ତରରେ ସଂଗଠିତ କରବାକୁ ଚାହୁଁଥିଲେ ।
ଭାଗବତ ଗୀତାର ଶବ୍ଦାର୍ଥ ହେଉଛି ଭଗବାନଙ୍କ ଗୀତା । ଏହି ହିନ୍ଦୁ ଗ୍ରନ୍ଥରେ ୭୦୦ ଶ୍ଲୋକ ଅଛି ଯାହା ହିନ୍ଦୁ ମହାକାବ୍ୟ ମହାଭାରତର ଅଂଶବିଶେଷ ଅଟେ । ଭାଗବତ ଗୀତାରେ ସବୁ ପ୍ରକାର ଯୋଗର ସଂଶ୍ଲେଷଣ ଅଛି । ସରଳ ଶବ୍ଦରେ କହିଲେ ଏହା ଚାରି ପ୍ରକାର ଯୋଗର ମିଳନ ଅଟେ ।
ପରାଶର ଋଷି ଋଗବେଦ କାଳର ଜଣେ ମହର୍ଷି ଥିଲେ ଯିଏ ଅନେକ ପ୍ରାଚୀନ ଗ୍ରନ୍ଥର ରଚନା କରିଥିଲେ । ସେ ଜଣେ ପରମ ଜ୍ଞାନୀ ଓ ସିଦ୍ଧ ପୁରୁଷ ଥିଲେ । ସେ ସମାଜରେ ଧର୍ମ ସ୍ଥାପନା ପାଇଁ ଅନେକ ପ୍ରୟାସ କରିଥିଲେ । ବ୍ରହ୍ମତେଜ ସ୍ଥାପନା ପାଇଁ ସେ ପୁର୍ଣ୍ଣ ସମର୍ପିତ ସାଧକଙ୍କୁ ନେଇ ସମଗ୍ର ଦେଶରେ ହଜାରରୁ ଅଧିକ ଆଶ୍ରମ ପ୍ରତିଷ୍ଠା କରିଥିଲେ । ସେହି ସମୟରେ ସେ ଅନେକ ରଜାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ଉଦ୍ଦେଶ୍ୟ ଥିଲା ଯେ ବ୍ରହ୍ମତେଜ – ଜ୍ଞାନୀ ଓ ସନ୍ୟାସୀଙ୍କ ଧର୍ମ ଏବଂ କ୍ଷତ୍ରତେଜ – ଜ୍ଞାନୀ ଶାସକଙ୍କ ଧର୍ମ ମଧ୍ୟରେ ତାଳମେଳ ରହିପାରିବ । ସେ ଏହି ଆନ୍ଦୋଳନର ଆରମ୍ଭ କରିଥିବାରୁ ଲୋକେ ସମର୍ଥନ କଲେ ଓ ତାଙ୍କ କଥାକୁ ଧ୍ୟାନ ଦେଲେ । ଏଥି ସହିତ ତାଙ୍କର କିଛି ଶତ୍ରୁ ମଧ୍ୟ ହେଲେ । ସେଇ ସମାନ ଜିନିଷ ଦେଖାଯାଇଥିଲା ଯେତେବେଳେ ଜଣେ ନୂଆ ଏକ ଆନ୍ଦୋଳନ ସୃଷ୍ଟି କରେ ଅନେକ ଲୋକ ସମର୍ଥନ କରନ୍ତି ଓ କିଛି ବିରୋଧରେ ଛିଡାହୁଅନ୍ତି ।
ସେ ବଶିଷ୍ଠଙ୍କ ପୌତ୍ର (ନାତି), ଶକ୍ତି ମହର୍ଷିଙ୍କ ପୁତ୍ର ଓ ବେଦବ୍ୟାସଙ୍କ ପିତା ଥିଲେ । ଏହା ଜଣାଯାଏ ଯେ ସେ ପ୍ରାୟ ୩୧୦୦ ବର୍ଷ ପୂର୍ବେ ପୃଥିବୀରେ ଆବିର୍ଭାବ ହୋଇଥିଲେ । ତାଙ୍କୁ ସୃଷ୍ଟିର ପ୍ରଥମ ପୁରାଣ ବିଷ୍ଣୁ ପୁରଣର ଲେଖକ ଭାବେ ଗ୍ରହଣ କରାଯାଏ । ଅନେକ ଗ୍ରନ୍ଥରେ ପରାଶର ଜଣେ ଲେଖକ ଓ ବା ବକ୍ତା ରୂପେ ଦର୍ଶାଯାଇଛି । ଜଣାଯାଏ ପରାଶର ବୁଲି ବୁଲି ଶିକ୍ଷା ଦେଉଥିଲେ । ସେ ଅଦୈତ ଗୁରୁ ପରମ୍ପରାର ତୃତୀୟ ସଦସ୍ୟ ଅଟନ୍ତି ।
ବ୍ୟାସ ଋଷି ହିନ୍ଦୁ ପରମ୍ପରାର ଜଣେ ମୁଖ୍ୟ ଶ୍ରଦ୍ଧେୟ ବ୍ୟକ୍ତିତ୍ବ ଅଟନ୍ତି ସେ । ବେଦବ୍ୟାସ (ଯିଏ ବେଦକୁ ବର୍ଗୀକରଣ କରିଛନ୍ତି) ନାମରେ ଅଧିକ ପରିଚିତ । ତାଙ୍କର ଏକ ନାମ କୃଷ୍ଣ ଦୌପାୟନ ବି ଥିଲା ଯାହା ତାଙ୍କ ବର୍ଣ୍ଣ ଓ ଜନ୍ମସ୍ଥାନ ସହ ଜଡ଼ିତ । ସେ ମହାଭାରତର ରଚୟିତ ହେବା ସହ ସେଥିରେ ଏକ ମହତ୍ବପୁର୍ଣ୍ଣ ପାତ୍ର ମଧ୍ୟ ଅଟନ୍ତି । ସେ ୧୮ ଟି ପୁରାଣ ଲେଖିବାର ଶ୍ରେୟ ତାଙ୍କୁ ହିଁ ଯାଏ । ତାଙ୍କ ପୂତ୍ର ଶୁକ ଏକ ମହତ୍ବପୂର୍ଣ୍ଣ ପୁରାଣ ଭାଗବତ ପୁରାଣର କଥାବାଚକ ଅଟନ୍ତି ।
ଅଷ୍ଟବକ୍ର ଜଣେ ଏମିତି ସନ୍ଥ ଥିଲେ ଯେ ସତ୍ୟକୁ ଏମିତି ପ୍ରଭାବଶାଳୀ ଓ ରୁକ୍ଷ ଢଙ୍ଗରେ ରଖୁଥିଲେ ଯାହାକୁ ଶୁଣି ଅନ୍ୟକୁ ଭୀଷଣ କଷ୍ଟ ହେଉଥିଲା ଏବଂ ଚିନ୍ତାରେ ଭାରକ୍ରାନ୍ତ କରୁଥିଲା । ଶରୀର ଅପାଙ୍ଗ ହେବା ସତ୍ତ୍ବେ ଅଷ୍ଟବକ୍ରଙ୍କ ବୁଝିବା ଓ ଏବଂ ବିଚାରରେ ସ୍ପଷ୍ଟତା ଥିଲା । ସେ ଅନେକ ଉପଦେଶକୁ ବଡ଼ ଉତ୍ସୁକତାର ସହ ଶୁଣାଉଥିଲେ । ବହୁତ କମ ବୟସରେ ଜଣେ ସନ୍ଥର ମର୍ଯ୍ୟଦା ପାଇଥିଲେ ।
ଅଷ୍ଟବକ୍ରଙ୍କୁ ପ୍ରାରମ୍ଭ ସାହିତ୍ୟର ରଚନାକାର ବିବେଚନା କରାଯାଏ । ମହାନ କୃତି ଅଷ୍ଟବକ୍ର ଗୀତା ତାଙ୍କର ରଚନା ଅଟେ । ଏହାକୁ ଅଷ୍ଟବକ୍ର ସଂହିତା ମଧ୍ୟ କୁହାଯାଏ । ଏହା ଏମିତି ଏକ ପ୍ରବଚନର ସଂଗ୍ରହ ଯାହାକୁ ଅଷ୍ଟବକ୍ର ନିଜ ଶିଷ୍ୟ ରାଜା ଜନକ (ମିଥିଳା ନରେଶ)ଙ୍କୁ ଦେଇଥିଲେ । ରାମାୟଣରେ ମଧ୍ୟ ଅଷ୍ଟବକ୍ରଙ୍କ କାହାଣୀ ଉଲ୍ଲେଖ ଅଛି କିନ୍ତୁ ତାଙ୍କର ସମ୍ପୁର୍ଣ୍ଣ କାହାଣୀର ବର୍ଣ୍ଣନା ମହାଭାରତରେ ମିଳେ ।
ପତଞ୍ଜଳିଙ୍କୁ ଯୋଗର ଜନକ କୁହାଯାଏ । ଭାରତୀୟ ସଂସ୍କୃତିରେ ପତଞ୍ଜଳି ଅନେକ ଭୂମିକାରେ ଦେଖାଯାଆନ୍ତି । ସେ ବ୍ୟାକରଣର ବିଦ୍ବାନ, ସଙ୍ଗୀତକାର, ଗଣିତଜ୍ଞ ଓ ଜଣେ ଖଗୋଲଶାସ୍ତ୍ରବିତ ଅଟନ୍ତି । କିନ୍ତୁ ସବୁଠୁ ଅଧିକ ସେ ଜଣେ ଯୋଗୀ ଭାବେ ଗଣାଯାଆନ୍ତି । ଯୋଗିକ ପରମ୍ପରାରେ ପତଞ୍ଜଳି ଶିବଙ୍କ ଠାରୁ କମ ବୋଲି ବିଚାର କରାଯାଏ ନାହିଁ ।
ସାଧାରଣ ଭାବେ ପତଞ୍ଜଳିଙ୍କୁ ଅଧା ମାନବ ଓ ଅଧା ସାପ ଭାବେ ଦର୍ଶାଯାଏ । ପତଞ୍ଜଳି ଶବ୍ଦର ଅର୍ଥ ଆଞ୍ଜୁଳିରେ ପଡିଥିବାକୁ ବୁଝାଏ । ପୌରାଣିକ କଥା ଅନୁସାରେ ପତଞ୍ଜଳିଙ୍କ ଜନ୍ମ ଗର୍ଭରୁ ହୋଇନଥିଲା । ଏକ ଛୋଟ ସାପ ରୂପରେ ଏକ କନ୍ୟାର ପାପୁଲିରେ ଆସି ପଡ଼ିଥିଲେ । ତାଙ୍କ ଚିତ୍ରଣ ଏପରି କରାଯାଏ କାରଣ ଜଣେ ମାନବ ଭଳି ତାଙ୍କୁ କେହି ଦେଖିନଥିଲେ । ତାଙ୍କୁ ଯୋଗିକ ବ୍ୟବସ୍ଥା ଆଧାରରେ ଦେଖାଯାଇଛି ଯେଉଁଥିରେ ସର୍ପକୁ କୁଣ୍ଡଳିନୀର ସଂକେତରେ ବ୍ୟବହାର କରାଯାଏ ।
ପତଞ୍ଜଳି ଯୋଗ ସୂତ୍ର ଏଇ ପୃଥିବୀର ମହାନ ଦସ୍ତାବିଜ ଅଟେ ଯାହା ସବୁଠୁ ନିରସ ଏବଂ ଅତି ଅରୁଚିକର ଗ୍ରନ୍ଥ ଅଟେ । ପତଞ୍ଜଳି ଜାଣିଶୁଣି ଏପରି ଲେଖିଥିଲେ କାରଣ ଏହା ଜୀବନକୁ ଖୋଲିବାର ସୂତ୍ର ଦେଇଥାଏ । ଯଦି ଏହି ଗ୍ରନ୍ଥ ସାହିତ୍ୟ ପରି ସରସ ହୋଇଥାନ୍ତା ତେବେ ଏହାକୁ ସାଧାରଣଙ୍କ ଠାରୁ ବିଦ୍ବାନ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପଢ଼ିଥାନ୍ତେ । ଏଥିରେ ଥିବା କଥାକୁ ହଜାରେ ପ୍ରକାରର ବ୍ୟାଖ୍ୟା କରିଥାନ୍ତେ । ଭାଷା ଉପରେ ପତଞ୍ଜଳିଙ୍କ ଏତେ ଅଧିକାର ଥିଲା ଯେ ବିଦ୍ବାନମାନେ ମଧ୍ୟ ଏହାକୁ ପଢିବା ପାଇଁ ଇଛା କଲେ ନାହିଁ । ଏହାକୁ ଏତେ ବୁଦ୍ଧିମାନ ସହ ଲେଖାଯାଇଛି କି ପଢୁଥିବା ଲୋକକୁ ଏକା ଅତି ନିରସ ଏବଂ ବିରକ୍ତ ଲାଗିବ ଯେଉଁମାନେ ଜୀବନରେ ଏହାକୁ ଅନୁଭବ କରିନାହାନ୍ତି । ଏପରି ଲୋକଙ୍କୁ ଏହା ପଢ଼ି ବାସ ସମ୍ୟକ ଜ୍ଞାନ କିଛି ମାତ୍ର ମିଳିଥାଏ ।
ସୂତ୍ର ର ଅସଲି ଅର୍ଥ ହେଉଛି ସୂତା । ଧରାଯାଉ ଆପଣ ଫୁଲ ପିନ୍ଧିବାକୁ ଚାହୁଁଛନ୍ତି । କୌଣସି ହାର ପାଇଁ ସୂତା ନିହାତି ଆବଶ୍ୟକ । ସୁତା ହିଁ ହାରର ସୂତ୍ର । ସେପରି ଏହି ଯୋଗ ସୂତ୍ର କେବଳ ସୁତା ଦେଇଛି । ଯେବେ ପତଞ୍ଜଳି ଯୋଗ ସୂତ୍ର ଦେଲେ ସେତେବେଳେ ସେ କିଛି ବିଶେଷ ଉପାୟ ବତେଇନଥିଲେ । ଏଥିରେ କୌଣସି ବି ଅଭ୍ୟାସ ଦର୍ଶାଯାଇନାହିଁ । ସେ କେବଳ ସୂତ୍ର ଦେଇଛନ୍ତି ଏବେ ଏହି ସୂତ୍ରକୁ ଲଗାଇ କେମିତି ହାର ତିଆରି କରିବେ । ଏହା ପାରିପାର୍ଶ୍ବିକ ପରିସ୍ଥିତିର ଆଧାରରେ ଗୁରୁମାନେ ନିଜ ନିଜ ହିସାବରେ ନିର୍ଣ୍ଣୟ କରିବେ । ସବୁ ସୂତ୍ରର ଭିନ୍ନ ଅର୍ଥ ଥିବ ଯାହା ବ୍ୟକ୍ତି ସ୍ବତନ୍ତ୍ର ହେବ ଏବଂ ତାକୁ ଦିଆଯିବ ଯିଏ ନିଜ ଚେତନାର ସନ୍ଧାନ କରୁଛି ।
——————————————————————————————————————–
Author NISTHA RANJAN DASH (@DashNistha on twitter)
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPost. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…