Sialia in Rajkanika block is only one of its kind. The 150 houses in the village do not have doors.It is mostly inhabited by farmers and businessmen. Even the 45-year-old primary school and community centre, constructed three years ago, do not have doors.
ସେହି ଗ୍ରାମରେ କୌଣସି କଳହ ବା ବାଦବିବାଦ ଦେଖାଦେଲେ ମୋକଦ୍ଦମା କୋର୍ଟ କଚେରୀକୁ ଯାଏନି । ପୋଲିସ କେବେ ସେହି ଗ୍ରାମକୁ ଯାଏନି । ବିବାଦ ଆଲୋଚନା ମାଧ୍ୟମରେ ସେମାନଙ୍କ ମଧ୍ୟରେ ତୁଟିଯାଏ । କେଉଁ ଏକ ଅତୀତରୁ ଦୃଢ଼ ବିଶ୍ଵାସପୁର୍ଣ୍ଣ ପରମ୍ପରାକୁ ମାନି ଅଦ୍ୟାବଧି ବିନା ଝରକା ଏବଂ କବାଟ ବନ୍ଧରେ ଘର କରି ବେଶ୍ ସୁଖ ଶାନ୍ତିରେ ଜୀବନଯାପନ କରି ଆସୁଛନ୍ତି ଶିଆଳିଆ ଗ୍ରାମବାସୀ । ନା ଅଛି ଚୋରଙ୍କ ଭୟ ନା ଅଛି ହିଂସ୍ର ବାଘ ଭାଲୁଙ୍କ ଭୟ । କେନ୍ଦୁବାସୁଳେଈଙ୍କ ଛତ୍ରଛାୟା ତଳେ ନିର୍ଭୟରେ ବାସ କରୁଛନ୍ତି ଗ୍ରାମବାସୀ ।
ଏହା କେନ୍ଦ୍ରାପଡ଼ାର ରାଜକନିକା ସଦର ମହକୁମା ପୂର୍ବକୁ ଚାରି କିଲୋମିଟର ଦୂରରେ ଅବସ୍ଥିତ ଶିଆଳିଆ ଗାଁ । ଗ୍ରାମ ପ୍ରାୟ ୧ କିମି ଦୀର୍ଘ । ଏହି ଗାଁରେ ପ୍ରାୟ ୯୦ ଘର ଓ ୫୦୦ଟି ପରିବାର ବାସ କରନ୍ତି । ଗାଁର ଉତ୍ତର ଦିଗରେ ମୁକ୍ତ ଆକାଶ ତଳେ ଗ୍ରାମଦେବୀ କେନ୍ଦୁବାସୁଳେଈଙ୍କ ମନ୍ଦିର । ପୂଜାପୀଠର ଚାରି ପାଖରେ କେନ୍ଦୁ ବୃକ୍ଷମାନ ରହିଛି । ସେହି କେନ୍ଦୁବୃକ୍ଷର ନାମ ଅନୁସାରେ ଠାକୁରାଣୀଙ୍କ ନାମ କେନ୍ଦୁବାସୁଳେଈ । ଖରାରେ ଅଧିଷ୍ଠିତ ହୋଇଥିବାରୁ ତାଙ୍କ ଅନ୍ୟନାମ ଖରାଖାଇ ବୋଲି ସେ ଲୋକମୁଖରେ ପରିଚିତ । ବିପଦ ଆପଦରୁ ରକ୍ଷା ପାଇଁ ବାସୁଳେଈଙ୍କ ପାଦତଳେ ମାନସିକ ଧାରୀ ମାଟିଘୋଡ଼ା ଅର୍ପଣ କରିଥାନ୍ତି ।
କାହିଁ କେଉଁ ପିତୃପିତାମହ ଅମଳରୁ ଘରମାନଙ୍କରେ କବାଟ ଦ୍ଵାର ନାହିଁ । କାରଣ ମଧ୍ୟ ଜଣାନାହିଁ । ଗୋଟିଏ କଥା ଅତୀତରୁ ମାନି ଆସିଛନ୍ତି ସମସ୍ତେ । ଦିନେ ଜଣେ ସରଳ ଗ୍ରାମବାସୀ ଆଧୁନିକ ସଭ୍ୟତା ଅବଲମ୍ବୀ ଜଣେ ଧୂର୍ତ୍ତ ପ୍ରଭାବଶାଳୀ ଲୋକର କଥାରେ ପ୍ରଭାବିତ ହୋଇ ଘରର କବାଟ ଲଗାଇଲା । ଗ୍ରାମବାସୀ ମଧ୍ୟ ଏକାର୍ଯ୍ୟରେ ବାଧା ଦେଲେନାହିଁ । ଅଚାନକ ତା’ର ଘରଟି ପୋଡ଼ିଗଲା କିନ୍ତୁ ଅନ୍ୟ କୌଣସି ଘରକୁ ନିଆଁ ଡେଇଁଲା ନାହିଁ । ସେହି ରାତିରେ ତାକୁ ଦୈବବାଣୀ ହେଲା ଯେ, ତୁ ଆଉ ଭୁଲ କରେନା । ମୁଁ ପରା କବାଟ ଭଳି ତୋ ଦୁଆର ଜଗିଛି ।
ଭିନ୍ନ ଧର୍ମୀୟ ଜଣେ ବ୍ୟକ୍ତି ଏକଦା ସେହି ଗ୍ରାମକୁ ଆସିଥିଲେ ଏବଂ ଠାକୁରାଣୀଙ୍କ ଠାରେ ତାଙ୍କର ବିଶ୍ଵାସ ନଥିଲା । ସେ ଏକ ଗୃହ ନିର୍ମାଣ କରି ସେଥିରେ କବାଟ ସ୍ଥାପନ କଲେ । କିଛି ଦିନ ମଧ୍ୟରେ ତାଙ୍କର ବଳଦ ମରିଗଲେ ଏବଂ ତାଙ୍କୁ ଦୁର୍ଦ୍ଦଶା ପଡ଼ିଲା । ସେହି ବ୍ୟକ୍ତି ସାତଟି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କଲେ । ରାଜସ୍ଵ ରେକର୍ଡରେ ସେହି ବ୍ୟକ୍ତିଙ୍କ ନାମ ‘ପଠାଣ କିଆରୀ’ ଭାବେ ଲିପିବଦ୍ଧ ଅଛି ।
ଏହି ଭଳି ଏକ ଦୈବୀଶକ୍ତିକୁ ବିଶ୍ଵାସ କରି ଶିଆଳିଆ ଗ୍ରାମର ଗ୍ରାମବାସୀମାନେ କାହିଁ କେଉଁ ଅତୀତରୁ ପରସ୍ପର ସହଯୋଗ ଭରା ଜୀବନଯାପନ କରି ଆସୁଛନ୍ତି ।
ଏମିତି ଅନ୍ୟ ଏକ ଗାଁ ମହାରାଷ୍ଟ୍ରର ଅହମଦ ନଗର ଜିଲ୍ଲାର ଶନି ଶିଙ୍ଘାପୁର ନାମରେ ମଧ୍ୟ ଅଛି | ଏହି ଗାଁରେ ମଧ୍ୟ କୌଣସି ଘରେ କବାଟ ନାହିଁ । ଏହି ଗାଁରୁ ଅନେକ ଥର ଓ ମନ୍ଦିରରୁ ମଧ୍ୟ ଚୋରି ହୋଇ ସାରିଛି । ତଥାପି ଏବେ ମଧ୍ୟ ସ୍ଵୟାମ୍ଭୁ ଶନିସ୍ଵରଙ୍କୁ ବିଶ୍ଵାସ କରି ଘରେ କାବଟ ନଲଗାଇ ଲୋକେ ନିଜ ସମ୍ପତିକୁ ବିନା ତାଲାରେ ଛାଡି ଦିଅନ୍ତି ।
Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…