The government is planning to introduce transparent cooking gas cylinders that will make it almost impossible for vendors to deliver lower-than-promised quantity and address one of the biggest complaints of liquefied natural gas (LPG) consumers.
ଇଣ୍ଡିଆନ ଅଏଲ କାର୍ପୋରେଶନ (IOC) ଏହି ସୁବିଧାର ଶୁଭ ଆରମ୍ଭ ଲୁଧିଆନାରେ କରି ସାରିଛନ୍ତି । ପ୍ରମୁଖ ସହରମାନଙ୍କରେ ଏହି ସୁବିଧା ପାଇଲଟ ପ୍ରୋଜେକ୍ଟ ଅଧାରରେ ଲାଗୁ ହୋଇଗଲାଣି । ୨୦୧୬-୧୭ ବର୍ଷ ପାଇଁ ଏହା ବାସ୍ତବରେ ପରିଣତ ହେବାକୁ ଯାଉଛି ।
ସାଧାରଣ ଏଲପିଜି ସିଲିଣ୍ଡର ସଂଯୋଗ ପରି ଉପଭୋକ୍ତାମାନଙ୍କୁ ଆବାସିକ ପ୍ରମାଣପତ୍ର ଦରକାର ପଡୁଥିଲା କିନ୍ତୁ ଏହାକୁ ନେବାକୁ ହେଲେ କେବଳ ସେମାନଙ୍କ ପରିଚୟ ପତ୍ର ଦେବାକୁ । ହେବ ସଂଯୋଗ ନେବାର ପ୍ରଥମରୁ ୧,୦୬୦ ଟଙ୍କା ଓ ପ୍ରେସର ରେଗୁଲେଟର ପାଇଁ ୨୫୦ ଟଙ୍କା ଦେବାକୁ ପଡ଼ିବ । ଏହାର ରିଫିଲିଂ ୫୨୩.୫୦ ରେ ଉପଲବ୍ଧ ହେବ ଯାହା ଅଣସବସିଡ଼ଯୁକ୍ତ ଗ୍ୟାସ ଦର ହିସାବରେ ସମୟକୁ ସମୟରେ କମିବ ବା ବଢ଼ିବ । ଏବେ ଏହା କେବଳ ପାଞ୍ଚ କେଜିଆ ସିଲିଣ୍ଡରରେ ଉପଲବ୍ଧ ହେଉଛି ।
ଅନ୍ୟ ଏକ ତଥ୍ୟ ଆଧାରରେ ଏହି ଟ୍ରାନ୍ସପାରେଣ୍ଟ ସିଲିଣ୍ଡର ମୂଲ୍ୟ ପାଖାପାଖି ୨୫୦୦-୩୦୦୦ ଟଙ୍କା ମଧ୍ୟରେ ରହିବ । ଏହା ଷ୍ଟିଲ ସିଲିଣ୍ଡର ର ଦୁଇଗୁଣ ଦାମ ଏଥିପାଇଁ ଏଲପିଜି ବଣ୍ଟନକାରୀମାନେ ୧୪୦୦ ଟଙ୍କା ଜମାନତ ରଖିବେ । ସରକାର ଏବାବଦରେ ସିଲିଣ୍ଡର ଉତ୍ପାଦନ କରୁଥିବା କମ୍ପାନୀମାନଙ୍କ ପାଇଁ ଟେଣ୍ଡର ଡାକିଛନ୍ତି । ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇ ଏହାର ଦର ଖସିବାର ଆଶା କରାଯାଉଛି ।
ଏଲପିଜି ସିଲିଣ୍ଡର ନୂଆ ସଂଯୋଗ ପାଇଁ ଦସ୍ତାବିଜ ଜୁଟାଇ ପାରୁନଥିବା ପରିବାର, ଅସାଧୁ ବିତରଣକାରୀଙ୍କ ଦ୍ବାରା ହନ୍ତସନ୍ତ ହେଉଥିବା ଗ୍ରାହକ, ଯେଉଁମାନେ ଅଧିକ ଥର ଭିନ୍ନ ଭିନ୍ନ ସହରରେ ରୁହନ୍ତି, ଛୋଟ ପରିବାର ବା ବ୍ୟଚେଲରମାନଙ୍କ ପାଇଁ ବେଶ ଲାଭପ୍ରଦ ହେବ ।
ସମଗ୍ର ଦେଶରେ ଏହାର ଚବିଶି ଘଣ୍ଟା ଆଶୁ ସହାୟତା ନମ୍ବର ୧୯୦୬ ଉପଭୋକ୍ତାମାନଙ୍କ ପାଇଁ ରଖାଯାଇଛି । ମରାଠୀ, ଗୁଜରାଟି, ଓଡ଼ିଆ, ଆସମିୟ, ତାମିଲ, ତେଲୁଗୁ, କନ୍ନଡ଼,ଏବଂ ମାଲାୟଲମ, ହିନ୍ଦୀ, ଓ ଇଂରାଜୀ ଭାଷାରେରେ ଗ୍ରାହକମାନେ ଅଭିଯୋଗ ଦାଖଲ ଓ ସମାଧାନ ପାଇ ପାରିବେ ।
ଗ୍ରାହକ ସନ୍ତୁଷ୍ଟି ବଢ଼ାଇବା ପାଇଁ ମନ୍ତ୍ରଣାଳୟ ଏହି LPG cylinder ଗୁଡ଼ିକୁ ଲୋ କାର୍ବନ ଷ୍ଟିଲରେ ତିଆରି କରିଛି । ଏହାର ଦୃଶ୍ୟଭେଦୀ ଅଂଶ ମିଶ୍ର ଧାତୁରେ ତିଆରି ।
ସବୁଠୁ ବଡ଼ କଥା ହେଲା ଏହାକୁ ବିନା ଓଜନ କରି ଆପଣ ଘରକୁ ଆଣିପାରିବେ । ଅନେକ ଅସାଧୁ ବିତରଣକାରୀ ଓଜନରେ ଠକିଥାଆନ୍ତି ସେଥିରୁ ଆପଣଙ୍କୁ ମୁକ୍ତି ମିଳିଯିବ । ଆପଣଙ୍କୁ ଉଚିତ ପରିମାଣରେ ମିଳୁଥିବା ଗ୍ୟାସକୁ ଦେଖି ଆପଣ ଆଶ୍ଵସ୍ତ ହେବେ । ଏହି ସୁବିଧା ଦ୍ବାରା ଅସାଧୁ ଡିଷ୍ଟ୍ରୀବୁଟରଙ୍କ ଖରାପ ଦିନ ଆସିଗଲା ଜାଣ ।
ଯେତେ ଶୀଘ୍ର ସମ୍ଭବ ପେଟ୍ରୋଲିୟମ ମନ୍ତ୍ରଣାଳୟ ଏହି ସିଲିଣ୍ଡରଗୁଡ଼ିକୁ ଦେଶର ପେଟ୍ରୋଲ ପମ୍ପ ଓ ଗ୍ରାମାଞ୍ଚଳର କିରାନା ବା ସଉଦା ଦୋକାନଗୁଡିକରେ ମିଳିବାର ବ୍ୟବସ୍ଥା କରିବାକୁ ଯାଉଛନ୍ତି ।
Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…