Bhubaneswar Buzz

#OdiaPostAt11 ନିଆଳିର ନଟବର ଷଡ଼ଙ୍ଗୀ – ନିଜସ୍ଵ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରି ୪ ଶହ କିସମର ଧାନ ସଂରକ୍ଷିତ କରି ରଖିଛନ୍ତି

rice field india

Natwar Sarangi could eat a new variety of rice every day of the year. None of it bought in the market. Natwarbhai, 80+, is a resident of Narishu village, near Niali in Cuttack district. A retired schoolteacher, he has been practising organic farming for the last decade or so, and swears by its potential to feed India’s population. He says some of the varieties he grows yield over 20 quintals per acre, higher than the so-called ‘high-yielding’ varieties that farmers around him get after using chemical fertilizers and pesticides. And he spends much less, since his main inputs are gobar, natural pesticides when occasionally needed, and labour.

natwar sarangi bhubaneswar buzz organic rice farming

ନିଆଳି-ନୂଆଗାଁ ନିକଟ ନରିଶୋ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ନଟବର ଷଡ଼ଙ୍ଗୀ ଚାକିରିରୁ ଅବସର ନେବା ପରେ ଅବଶିଷ୍ଟ ଜୀବନକୁ ଚାଷ ଓ ଚାଷୀଙ୍କ ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଛନ୍ତି । ୮୦ ବର୍ଷ ବୟସରେ ଟିକେ ବି ଉତ୍ସାହ କମି ନାହିଁ ତାଙ୍କର । ନିଜ ଏକାକୀ ଉଦ୍ୟମରେ ଚାରି ଶହରୁ ବେଶୀ ଧାନ ବିହନକୁ ସଂରକ୍ଷିତ କରି ରଖି ପାରିଛନ୍ତି ସେ, ପୁଣି ଜୈବିକ ଚାଷ ପ୍ରଣାଳୀରେ ।

ନିଜ ବନ୍ଧୁ ଯୁବରାଜ ସ୍ବାଇଁଙ୍କ ସହ ମିଶି ରାଜ୍ୟ ବାହାରୁ ମିରିଗିଶିଆଳି, ଝୁମୁରି, ନାଲି ଭୂତିଆ, ଗୋବିନ୍ଦ ଭୋଗ, କଳାଜୀରା, ପିମ୍ପୁଡିବାସ, ସୁରୁଚିନା ମାଳି, ହାବିରା, ହାତୀ ପଞ୍ଜରା, ସହରା, ରତ୍ନଚୁଡ଼ି, ବାମନବାଳ, ଚମ୍ପା, କେଦାର ଗୌରୀ, ମେଘ ଡମ୍ବରୁ, ସେଲରି, ଦୁବରାଜ ସମେତ ୪ ଶହରୁ ବେଶୀ ଦେଶୀ ଧାନ ବିହନ ସଂଗ୍ରହ କରି ରଖିଛନ୍ତି ।

ରାସାୟନିକ ସାର ଓ କୀଟନାଶକ ବ୍ୟବହାରକୁ ଦୃଢ଼ ବିରୋଧ କରନ୍ତି । କେମିକାଲ ସାର ଓ ପେଷ୍ଟ କଣ୍ଟ୍ରୋଲ ବ୍ୟବହାର ଦ୍ବାରା ମଣିଷ ଦେହରେ ନାନା ରୋଗ ସୃଷ୍ଟି ହେବା ସହ ମାଟିରେ ଥିବା ଅସଂଖ୍ୟ ଅଣୁଜୀବ ନଷ୍ଟ ହୋଇ ଯାଇଥାଆନ୍ତି ବୋଲି ସେ ଯୁକ୍ତି କରନ୍ତି । ଏଥିପାଇଁ ସେ ନିଜେ ଜୈବ ଖତ ପ୍ରସ୍ତୁତ କରିବା ସହ ଅନ୍ୟ ଚାଷୀଙ୍କୁ ପ୍ରେରଣା ଦିଅନ୍ତି । ଜୈବ ଖତ ପଞ୍ଚଗବ୍ୟକୁ ସେ ଏହି ଚାଷରେ ବ୍ୟବହାର କରି ଥାଆନ୍ତି । ଦେଶୀ ଗାଈ ଗୋବର, ଗୋମୂତ୍ର, ଗୋବର, କ୍ଷୀର, ଦହି ଓ ଘିଅ ସହିତ ପାଚିଲା କଦଳୀ, ଆଖୁରସ, ପଇଡ଼ ପାଣି ଭଳି ପ୍ରକୃତିକ ପଦାର୍ଥ ବ୍ୟବହାର କରି ଉକ୍ତ ପଞ୍ଚଗବ୍ୟ ତିଆରି କରନ୍ତି ।

ଏକର ପିଛା ରାସାୟନିକ ସାରରେ ପାଖାପାଖି ୨୦,୦୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଜୈବିକ ସାରରେ ଖର୍ଚ୍ଚ ହୁଏ ମାତ୍ର ୫- ୬,୦୦୦ ଟଙ୍କା । ତେଣୁ ଏହା ଅର୍ଥିକ ଦୃଷ୍ଟିକୋଣରୁ ବହୁତ ଭଲ  । ଆଉ ମଧ୍ୟ ଦେଶୀ ଧାନ ଚାଷ କରିବା ଦ୍ବାରା ଚାଷୀଙ୍କୁ ବିହନ ପାଇଁ ବଜାର ଉପରେ ନିର୍ଭର ହେବାକୁ ପଡ଼େନାହିଁ । ସେ ନିଜର ୫ ଏକର ଜମି ସମେତ ନିଜ ଅଂଚଳରେ ଅନେକ ଚାଷୀଙ୍କ କ୍ଷେତରେ ଜୈବିକ ପ୍ରଣାଳୀରେ ଚାଷ କରି ବିହନ ବଞ୍ଚାଇ ରଖନ୍ତି ।

ନିଆଳି ମେଳାଦଣ୍ଡା ରାସ୍ତାରେ କୁଣ୍ଢେଇ କେନାଲ ପାର୍ଶ୍ଵରେ ଏକ ରାଜେନ୍ଦ୍ର ଦେଶୀ ଧାନ ଗବେଷଣା କେନ୍ଦ୍ର ଖୋଲିବାରେ ସେ ସଫଳ ହୋଇଛନ୍ତି । ଏଥିପାଇଁ ସ୍ଥାନୀୟ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଭିମନ୍ୟୁ ସିଂହ ନିଜର ଜମି ଦାନ କରିଛନ୍ତି । ସାଂସଦ ପାଣ୍ଠିରୁ ମଧ୍ୟ ସହାୟତା ମିଳିଛି । ଏହି କେନ୍ଦ୍ରରେ ୪ ଶହରୁ ଅଧିକ ବିହନ ଧାନ ପ୍ରଦର୍ଶିତ ହେଉଥିବା ବେଳେ ଏଠାରେ ଦେଶୀ ଚାଷ ସମ୍ପର୍କିତ ପ୍ରଶିକ୍ଷଣ, ବାର୍ଷିକ ବିହନ ମେଳା, ଆଲୋଚନା ଚକ୍ର ଆଦି ଅନୁଷ୍ଠିତ ହୁଏ । ଏହି କେନ୍ଦ୍ର ବିଷୟରେ ଜାଣି ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଓ ପଶ୍ଚିମ ବଙ୍ଗର ଚାଷୀମାନେ ଏଠାରୁ ବିହନ ନିଅନ୍ତି । ଆନ୍ତର୍ଜାତିକ ସ୍ତରୀୟ ଏକ ଆଲୋଚନା ଚକ୍ରରେ ମଧ୍ୟ ନଟବର ଭାଗ ନେଇଛନ୍ତି ।

ଚାଷୀକୁ ସ୍ଵାବଲମ୍ବୀ କରିବା ପାଇଁ ଭାରତ ବର୍ଷରେ ଖାଦ୍ୟ ନିରାପତ୍ତା ପାଇଁ ଓ ମାଟିର ସୁରକ୍ଷା ପାଇଁ ରାସାୟନିକ ସାର ନୁହେଁ ବରଂ ଦେଶୀ ଚାଷ ହିଁ ଏକ ମାତ୍ର ବିକଳ୍ପ ବୋଲି ସେ କୁହନ୍ତି ।

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments