ନବକଳେବର…..୨୦୧୫ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ପୁରୁଣା ଶରୀର ତେଜି ନୂତନ ଶରୀର ଧାରଣ ନବକଳେବର ବୋଲି ଜଣା ।[୧] ପରମ୍ପରା ଅନୁସାରେ ଯେଉଁ ବର୍ଷ ଯୋଡ଼ା ଆଷାଢ଼ ପଡ଼େ ସେହିବର୍ଷ ନବକଳେବର ପାଳନ ହୁଏ । ଯୋଡ଼ା ଆଷାଢ଼ ସାଧାରଣତଃ ୮ ବର୍ଷରେ, ୧୧ ବର୍ଷରେ କିମ୍ବା ୧୯ ବର୍ଷରେ ପଡ଼ିଥାଏ । ଆସନ୍ତା ନବକଳେବର ୧୯ ବର୍ଷର ବ୍ୟବଧାନ ପରେ ୨୦୧୫ ମସିହାରେ ଅନୁଷ୍ଠିତ ହେବ ।[୨] ଏହା ପୂର୍ବରୁ ୧୭୩୩, ୧୭୪୪, ୧୭୫୨, ୧୭୭୧, ୧୭୯୦, ୧୮୦୯, ୧୮୨୮, ୧୮୩୬, ୧୮୫୫, ୧୮୭୪, ୧୮୯୩, ୧୯୧୨, ୧୯୩୧, ୧୯୫୦, ୧୯୬୯, ୧୯୭୭ ଓ ୧୯୯୬[୩] ମସିହାରେ ନବକଳେବର ହୋଇଥିଲା ।୨୦୧୫ ନବକଳେବର କାର୍ଯ୍ୟସୂଚୀଆସନ୍ତା ନବକଳେବର ୨୦୧୫ ମସିହାରେ ଅନୁଷ୍ଠିତ ହେବ ।୨୯ ମାର୍ଚ୍ଚ ୨୦୧୫, ରବିବାର: ବନଯାଗ ଯାତ୍ରା ଆରମ୍ଭ, ଜଗନ୍ନାଥ ବଲ୍ଲଭ ମଠରେ ରହଣୀ[୪]୩୦ ମାର୍ଚ୍ଚ ୨୦୧୫, ସୋମବାର: ମଧ୍ୟ ରାତିରେ ଦଇତାପତିମାନେଜଗନ୍ନାଥ ବଲ୍ଲଭ ମଠ ଛାଡ଼ି ନୂଅାନଈ କୂଳସ୍ଥିତ ଅାଶ୍ରମରେଅାଶ୍ରୟ ନେବେ୩୧ ମାର୍ଚ୍ଚ ୨୦୧୫, ମଙ୍ଗଳବାର: ଅାଶ୍ରମରୁ ବାହାରି ରାମଚଣ୍ଡି, କୋଣାର୍କ ଦେଇ ଚାଲିଚାଲି ଦଇତାମାନେ କାକଟପୁରନିକଟ ଦେଉଳିମଠରେ ଅବସ୍ଥାନ କରିବେ୨ ଜୁନ ୨୦୧୫, ମଙ୍ଗଳବାର: ଦେବସ୍ନାନ ପୂର୍ଣ୍ଣିମା, ନୂତନ ବିଗ୍ରହମାନଙ୍କ ନିର୍ମାଣ କାର୍ଯ୍ୟର ଅନୁକୁଳ, ମହାଅଣସର ଆରମ୍ଭ୧୫ ଜୁନ ୨୦୧୫, ସୋମବାର: ବ୍ରହ୍ମ ସ୍ଥାନାନ୍ତର[୫]୧୭ ଜୁଲାଇ ୨୦୧୫, ଶୁକ୍ରବାର: ନବଯୌବନ ଦର୍ଶନ୧୮ ଜୁଲାଇ ୨୦୧୫, ଶନିବାର: ଗୁଣ୍ଡିଚା ଯାତ୍ରା୨୬ ଜୁଲାଇ ୨୦୧୫, ରବିବାର: ବାହୁଡ଼ା ଯାତ୍ରା୨୭ ଜୁଲାଇ ୨୦୧୫, ସୋମବାର: ସୁନାବେଶ§ବନଯାଗ ଯାତ୍ରାନବକଳେବର ସମୟରେ ନୂତନ ବିଗ୍ରହ ନିର୍ମାଣାର୍ଥେ ଦାରୁବ୍ରହ୍ମ (ନିମ କାଠ) ସଂଗ୍ରହ ନିମନ୍ତେ ‘ବନଯାଗ ଯାତ୍ରା’ ନାମକ ସ୍ଵତନ୍ତ୍ର ଯାତ୍ରା (ଦାରୁବ୍ରହ୍ମ ଅନ୍ଵେଷଣ କାର୍ଯ୍ୟକ୍ରମ) ପାଳିତ ହୁଏ । ଚୈତ୍ରମାସ ଶୁକ୍ଳପକ୍ଷ ଦଶମୀ ଦିବସରେ ମଧ୍ୟାହ୍ନଧୂପ ଅବକାଶରେ ଶ୍ରୀଜୀଉଙ୍କ ବିଶେଷ ପୂଜା ପରେ ଏହାର ଅୟମାରମ୍ଭ ହୋଇଥାଏ । ସ୍ଵତନ୍ତ୍ର ତିନିଗୋଟି ଫୁଲମାଳ ଶ୍ରୀଜୀଉଙ୍କ ନିକଟରେ ଲାଗିକରି ପୂଜକମାନେ ଦଇତାପତିଙ୍କୁ ଅର୍ପଣ କରନ୍ତି । ଏଥିସହିତ ଜଗନ୍ନାଥଙ୍କ ସୁଦର୍ଶନ ଚକ୍ରଟି ମଧ୍ୟ ଦିଅନ୍ତି । ଦଇତାପତି, ସୁଇ, ମହାପାତ୍ର, ପରିମହାପାତ୍ର, ଲେଙ୍କା, ମନ୍ଦିର ପୁଲିସ, ବ୍ରାହ୍ମଣ, କରଣ ଓ ଦେଉଳକରଣ ସେବକ ମାନେ ଏଇ ବନଯାଗ ଯାତ୍ରାରେ ଅଂଶଗ୍ରହଣ କରନ୍ତି । ମହାପ୍ରଭୁଙ୍କଆଜ୍ଞାମାଳ ପାଇବା ପରେ ଶାଢ଼ୀବନ୍ଧା ନୀତି ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ବ୍ରାହ୍ମଣମାନେ କୋଇଲି ବୈକୁଣ୍ଠରେଯଜ୍ଞଶାଳା, ନିର୍ମାଣ ମଣ୍ଡପ ଓ ଦାରୁଗୃହ ଆଦିର ଶୁଭ ଦିଅନ୍ତେ । ଶାଢୀବନ୍ଧା ନୀତି ପରେ ସମସ୍ତେ ଛତି ତ୍ରାସ, ଓ ବାଜା ସହ ସିଂହଦ୍ଵାର ଦେଇ ରାଜାଙ୍କ ନଅରକୁ ଆସନ୍ତି । ସେଠାରେ ରାଜଗୁରୁ ଗଜପତିଙ୍କ ପ୍ରଦତ୍ତ ଗୁଆ ଦେଇ ଗଜପତିଙ୍କ ତରଫରୁ ବିଧିପୂର୍ବକ ବନଯାଗ କରି ଦାରୁ ଆଣିବାକୁ ଅନୁରୋଧ କରନ୍ତି । ଏହା ପରେ ସମସ୍ତେ ଜଗନ୍ନାଥ ବଲ୍ଲଭ ମଠକୁ ଯାଆନ୍ତି, ସେଠାରେ ତିନି ଓଳି ରହିବା ପରେ ସମସ୍ତେ କାକଟପୁରର ମଙ୍ଗଳା ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରନ୍ତି । ବିଶ୍ଵାସ ଅନୁଯାଇ ଦେବୀ ମଙ୍ଗଳା ସ୍ଵପ୍ନାଦେଶରେ ଦାରୁବ୍ରହ୍ମ ଉପସ୍ଥିତ ଥିବା ନିର୍ଦ୍ଧିଷ୍ଠ ସ୍ଥାନର ଠିକଣା ଦିଅନ୍ତି ।[୬] ଚତୁର୍ଦ୍ଧାମୁର୍ତ୍ତୀଙ୍କ ନବକଳେବର ନିମନ୍ତେ ଦାରୁ ୪ଟି ଅଲଗା ଅଲଗା ଜାଗାରୁ ମିଳିଥାଏ । ନବକଳେବର ନିମନ୍ତେ ଯେଉଁ ବୃକ୍ଷ ଛେଦିତ ତଥା ବ୍ୟବହୃତ ହୁଏ, ତାହାର ଲକ୍ଷଣ ଗୁଡ଼ିକ ହେଲା:ବୃକ୍ଷଟି ନିମ୍ବ ବୃକ୍ଷ ହୋଇଥିବବୃକ୍ଷଟି ମନ୍ଦିର, ମଠ, ନଦୀ, ମଶାଣି, ପୋଖରୀ ନିକଟରେ ଥିବ ।ବୃକ୍ଷର ଅନତିଦୂରରେ ଉଇହୁଙ୍କା, ବେଲଗଛ, ବରୁଣଗଛ, ସାହାଡାଗଛ, ତୁଳସୀ ଗଛ ଓ ଗାତ ଥିବ ।ସେହି ଗାତ ଅଥବା ଉଇହୁଙ୍କାରେ ନାଗସାପ ରହୁଥିବ କିନ୍ତୁ ପକ୍ଷୀମାନେ ସେହି ବୃକ୍ଷରେ ବସାବାନ୍ଧି ନଥିବେ ।ବୃକ୍ଷରେ କୌଣସି କୀଟ ଦ୍ରଂଷ୍ଟ ବା ବଜ୍ରପାତର ଚିହ୍ନ ନଥିବ ଓ ପୂର୍ବରୁ କୌଣସି ଡାଳ ଛେଦିତ ହୋଇ ନଥିବ ।ସେହି ବୃକ୍ଷରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ପ୍ରଭୃତି ଚିହ୍ନମାନ ଥିବ ।ଉପରୋକ୍ତ ଲକ୍ଷଣଗୁଡ଼ିକ ମଧ୍ୟରୁ ଅଧିକାଂଶ ଲକ୍ଷଣଯୁକ୍ତ ଦାରୁକୁ ଶ୍ରେଷ୍ଠ ବୋଲି ମନେ କରି ଅନ୍ଵେଷଣକାରୀ ଦଳ ଠିକ କରିବା ପରେ ବିଶ୍ଵକର୍ମା ଦାରୁକୁ ମାପ କରନ୍ତି ଓ ତାପରେ ଦାରୁ ନିର୍ବାଚନ ସମାପ୍ତ ହୁଏ । ଦାରୁ ନିର୍ଣ୍ଣୟ ପରେ ଶବର ପଲ୍ଲୀର ଆୟୋଜନ ହୁଏ । ଏହି ଉପଲକ୍ଷେ ଯଥାବିଧିରେ ଯଜ୍ଞଶାଳା, ଯଜ୍ଞକୁଣ୍ଡ, ଅଙ୍କୁରାରୋପଣ ଗୃହ ନିର୍ମିତ ହୋଇ ବନଯାଗ ହୋମ ଆରମ୍ଭ ହୋଇଥାଏ । ଏହାପରେ ଆଚାର୍ଯ୍ୟ ଅସ୍ତ୍ରପୂଜାରେ ବସିଥିବା ସୁନା, ରୁପା ଓ ଲୁହା କୁରାଢୀକୁ ଯଥାକ୍ରମେ ବିଦ୍ୟାପତି, ବିଶ୍ଵାବସୁ ଓ ବିଶ୍ଵକର୍ମାଙ୍କୁ ଦିଅନ୍ତି ଓ ସେମାନେ ବୃକ୍ଷରେ ଏହାକୁ ସ୍ପର୍ଶ କରାଇବା ପରେ ଅନ୍ୟ ବିଶ୍ଵାକର୍ମା ସେବକମାନଙ୍କ ସହାୟତାରେ ବୃକ୍ଷ ଛେଦନ କରାଯାଏ । ବୃକ୍ଷ ଛେଦିତ ହୋଇ ଭୂପତିତ ହେବା ପର୍ଯନ୍ତ ସମସ୍ତେ ଉପବାସରେ ରହିଥାନ୍ତି । ବୃକ୍ଷକୁ ପ୍ରଥମେ ମୂଳରୁ କାଟି ପରେ ମାପ ମୁତାବକ ଗଡ଼ି କରି କେବଳ ମଞ୍ଜ ଅଂଶଟି ରଖନ୍ତି । ଏହାକୁ ଚଉପଟ କୁହାଯାଏ । ଚଉପଟ ସରିବା ପରେ ବଳକା ଥିବା ଡାଳ, ପତ୍ର, ଛେଲି ଆଦିକୁ ଗୋଟିଏ ବିରାଟ ଗାତ ମଧ୍ୟରେ ପୋତି ଦିଆଯାଏ । ତାପରେ ସେହି ଦାରୁବ୍ରହ୍ମଙ୍କୁ ଶଗଡ଼ିରେ ଲଦି ଦିଆଯାଏ । ଏହି ଦାରୁ ଶଗଡ଼ିର ଚକ, ଅଖ ଓ ଦଣ୍ଡା ଯଥାକ୍ରମେ ବର, ତେନ୍ତୁଳି ଓ କେନ୍ଦୁ କାଠରେ ତିଆରି କରାଯାଇଥାଏ । ତାପରେ ବ୍ରାହ୍ମଣମାନେ ବେଦୋକ୍ତ ମନ୍ତ୍ରରେ ଶଗଡ଼ିକୁ ପ୍ରତିଷ୍ଠା କରନ୍ତି । ଚଉପଟ ହୋଇଥିବା ଦାରୁକୁ ପାଟାବସ୍ତ୍ରରେ ଆଚ୍ଛାଦନ କରାଯାଏ ଓ ଶଗଡ଼ିରେ ବେତ ଦଉଡ଼ିଲଗାଇ ପୁରୀ ପର୍ଯ୍ୟନ୍ତ ଅଣାଯାଏ । ଏହିସବୁ ଦାରୁ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଶ୍ରୀମନ୍ଦିରରେ ପହଞ୍ଚି ସାରିଥାନ୍ତି ।§ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀମନ୍ଦିରର ନୀତିଯେଉଁ ବର୍ଷ ଯୋଡ଼ା ଆଷାଢ଼ ପଡ଼େ ସେହିବର୍ଷ ସ୍ନାନପୂର୍ଣ୍ଣମୀ ପରେ ଶ୍ରୀମନ୍ଦିରରେ ଦେଢ଼ମାସ ବା ଛଅ ସପ୍ତାହ ସାଧାରଣ ବ୍ୟକ୍ତିଙ୍କ ପାଇଁ ଠାକୁରଙ୍କ ଦର୍ଶନ ବନ୍ଦ ହୋଇଥାଏ । ଏହି ଛଅ ସପ୍ତାହକୁ ତିନିଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ:ପ୍ରଥମ ଦୁଇସପ୍ତାହ ସ୍ନାନପୂର୍ଣ୍ଣମୀ ପରଦିନ ଠାରୁ ବିଗ୍ରହ ନିର୍ମାଣ ଆରମ୍ଭ, ନ୍ୟାସ ଦାରୁଙ୍କର ପ୍ରାଣ ପ୍ରତିଷ୍ଠା ଏବଂ ପୁରାତନ ବିଗ୍ରହଙ୍କ ଶରୀରରୁ ବ୍ରହ୍ମପଦାର୍ଥ ପରିବର୍ତ୍ତନ କାର୍ଯ୍ୟ ସମ୍ପାଦିତ ହୋଇଥାଏ ।ଅଧିକ ଆଷାଢ଼ ମାସର ପ୍ରଥମ ପନ୍ଦରଦିନ ଦଇତାମାନଙ୍କ ଦ୍ଵାରା ଶୁଦ୍ଧିକ୍ରିୟା ପାଳନ ହୁଏ । (ନୂତନ ବିଗ୍ରହଙ୍କର କୌଣସି କାର୍ଯ୍ୟ କରାଯାଏ ନାହିଁ ।)ଅଧିକ ଆଷାଢ଼ର ଶେଷ ପନ୍ଦର ଦିନ ନୂତନ ବିଗ୍ରହଙ୍କ ଦେହର ପୂର୍ଣ୍ଣ ରୂପାୟନ, ଚିତ୍ରକାରଙ୍କ ଦ୍ଵାରା ରଙ୍ଗ ଆଦି କରାଯାଇ ବିଗ୍ରହଙ୍କ କାର୍ଯ୍ୟ ଶେଷ କରାଯାଇଥାଏ ।§ନୂତନ ବିଗ୍ରହ ନିର୍ମାଣ୩ଜଣିଆ ବୟୋବୃଦ୍ଧ ବିଶ୍ଵକର୍ମାଙ୍କ ୩ଟି ଦଳ ଏକା ସମୟରେ ଅନ୍ୟ ମହାରଣାମାନଙ୍କ ସହାୟତାରେ ବିଗ୍ରହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୁଅନ୍ତି । ଏହି ସମସ୍ତ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ଗୋପନୀୟ ଭାବେ କାର୍ଯ୍ୟକାରି କରାଯାଏ । ନୂତନ ବିଗ୍ରହ ନିର୍ମାଣ ୨୧ଦିନ ମଧ୍ୟରେ ସମ୍ପୁର୍ଣ୍ଣ ହୁଏ ।[୭]§ବ୍ରହ୍ମ ସ୍ଥାନାନ୍ତରକୃଷ୍ଣ ଚତୁର୍ଦ୍ଦଶୀ ଦିନ ବିଶେଷ ଯଜ୍ଞକର୍ମ ସହ ନୂତନ ଠାକୁରଙ୍କ ସ୍ନାନ ଓ ପ୍ରାଣନ୍ୟାସ କରାଯାଇଥାଏ । ନୂତନ ବିଗ୍ରହ ନିର୍ମାଣ ପରେ ଦଇତାପତିମାନେ ନେଇ ପୁରୁଣା ବିଗ୍ରହ ସ୍ଥାନରେ ସ୍ଥାପିତ କରନ୍ତି । ଏହାପରେ କେବଳ ତିନି ଜଣ ବୟୋବୃଦ୍ଧ ଦଇତାପତି ଆଖିରେ ଅନ୍ଧପୁଟୁଳି ବାନ୍ଧିବା ସହ ହାତରେ ଜଗନ୍ନାଥଙ୍କ ବ୍ୟବହୃତ ବସ୍ତ୍ର ଗୁଡ଼ାଇ, ଠିକ ମଧ୍ୟ ରାତ୍ର ସମୟରେ ବ୍ରହ୍ମ (ପିଣ୍ଡ ବା ଜୀବନ ଶକ୍ତି) ସ୍ଥାନାନ୍ତର କରନ୍ତି । ରଥଯାତ୍ରାର ତିନିଦିନ ପୂର୍ବରୁ ଏହି କାର୍ଯ୍ୟ ସମାପିତ ହୁଏ । ଆଦି ଶଙ୍କରାଚାର୍ଯ୍ୟ ଓ ବିଶର ମହାନ୍ତିଙ୍କ ଛଡା ଏହି ବ୍ରହ୍ମ ପଦାର୍ଥକୁ ଅନ୍ୟ କେହି ଏ ପର୍ଯ୍ୟନ୍ତ ସ୍ଵଚକ୍ଷୁରେ ଦେଖି ନାହାନ୍ତି । ବିଶ୍ଵାସ ମୁତାବକ, ଯେ କେହି ବାହାର ଲୋକ ଯଦି ଦୈବାତ କୌଣସି ସ୍ଥାନରୁ, କୌଣସି ଉପାୟରେ ଏହି ପ୍ରକ୍ରିୟା ଦେଖିଦିଏ, ତେବେ ତାର ମୃତ୍ୟୁ ସୁନିଶ୍ଚିତ; ତେଣୁ ଓଡ଼ିଶା ସରକାର ଏହିରାତିରେ ସମ୍ପୁର୍ଣ୍ଣ ଅନ୍ଧକାର ନିମନ୍ତେ ଆଦେଶ ଦେଇଥାନ୍ତି ।§ପାତାଳି ଲୀଳାଦଇତାପତିମାନେ ପୁରୁଣା ବିଗ୍ରହମାନଙ୍କୁ ଶଗଡ଼ ଗାଡ଼ିରେ ଦକ୍ଷିଣଦ୍ଵାର ଦେଇ କୋଇଲି ବୈକୁଣ୍ଠକୁ ସ୍ଥାନାନ୍ତର କରନ୍ତି । ସେଠାରେ ଥିବା ଶାଳ୍ମକୀ ବା ଶିଆଳି ଲତାର ନିମ୍ନ ଦେଶରେ ଗୋଟିଏ ପଥର ନିର୍ମିତ ଗୋଲକ ଗୃହ ପରିସ୍କୃତ ହୋଇ ଥାଏ । ସେଥିରେ ରକ୍ତବର୍ଣ୍ଣ ବସ୍ତ୍ର ଆଚ୍ଛାଦିତ ହୋଇ ତିନୋଟି ଶଯ୍ୟା ପ୍ରସ୍ତୁତ କରାଯାଇଥାଏ । ସେଠାରେ ପୁରୁଣାବିଗ୍ରହମାନଙ୍କୁ ଶୁଆଇ ଦିଆଯାଏ ଓ କର୍ପୁର ଚନ୍ଦନ ଆଦି ଦେଇ ପାଟ ବସ୍ତ୍ର ଘୋଡ଼ାଇ ଗାତକୁ ବନ୍ଦ କରାଯାଏ । ଏହି ବିଗ୍ରହଙ୍କ ସଙ୍ଗରେ ଆଗରୁ ରଥରେ ବ୍ୟବହୃତ ହୋଇଥିବା ରଥର ସାରଥି, ଘୋଡ଼ା, ପାର୍ଶ୍ଵଦେବତା, ଶୁଆ, ଦ୍ଵାରପାଳ, ଧ୍ଵଜାଦଣ୍ଡ ଓ ମହାପ୍ରଭୁଙ୍କର ଖଟଶେଜ ଆଦିକୁ ମଧ୍ୟ ସମାଧିସ୍ଥ କରାଯାଏ । ଏହି ଗୁପ୍ତ ବିସର୍ଜନକୁ ପାତାଳି ଲୀଳା କୁହାଯାଏ ।ଦ୍ଵିତୀୟ ଦିନ (ପ୍ରାୟ ୫୮ ଦିନର ବ୍ୟବଧାନ ପରେ) ସକାଳୁ ରତ୍ନବେଦିରେ ସ୍ଥାପିତ ନୂତନ ବିଗ୍ରହ ମାନଙ୍କ ପୂଜା ଆରମ୍ଭ କରାଯାଏ । ତୃତୀୟ ଦିନ ନୂତନ ବିଗ୍ରହ ମାନଙ୍କୁ ନେଇ ସେହି ବର୍ଷର ରଥଯାତ୍ରା ଅନୁଷ୍ଠିତ ହୁଏ ।§ଇତିହାସପୂର୍ବ ୪ଟି ନବକଳେବରରେ ଦାରୁ ମିଳିଥିବା ସ୍ଥାନମାନଙ୍କର ଠିକଣା:[୮]§୧୯୯୬ ମସିହା ନବକଳେବରସୁଦର୍ଶନଙ୍କଦାରୁ:ନିଆଳି-ମା ଧବ ଗ୍ରାମ ନିକଟସ୍ଥ ପନିମାଳ ଗ୍ରାମ, ନିଆଳି, କଟକ ଜିଲ୍ଲାବଳଭଦ୍ରଙ୍କଦାରୁ: ସାଲେପୁର-ପାଗାହାଟଅନ୍ତର୍ଗତ ରାମକୃଷ୍ଣପୁର ଗ୍ରାମ, ସାଲେପୁର, କଟକ ଜିଲ୍ଲାସୁଭଦ୍ରାଙ୍କଦାରୁ:କାକଟପୁର ଠାରୁ ପ୍ରାୟ ୮ କି.ମି. ଦୂର ଅସ୍ତରଙ୍ଗ ନିକଟସ୍ଥ ମାଳଦା ଗ୍ରାମଜଗନ୍ନାଥଙ୍କ ଦାରୁ: ଖୋର୍ଦ୍ଧା ନିକଟସ୍ଥ ଦଧିମାଛ ଗାଡ଼ିଆଗ୍ରାମ, ଖୋର୍ଦ୍ଧା ଜିଲ୍ଲା§୧୯୭୭ ମସିହା ନବକଳେବରସୁଦର୍ଶନଙ୍କ ଦାରୁ: ସିଂହସାହି ଗ୍ରାମ (ନିଆଳି ନିକଟସ୍ଥ)ବଳଭଦ୍ରଙ୍କ ଦାରୁ: ଭୋଗେଶ୍ୱର ଗ୍ରାମ (ଅଡ଼ସପୁର ନିକଟସ୍ଥ), ଗୋବିନ୍ଦପୁର ଥାନା, କଟକ ଜିଲ୍ଲାସୁଭଦ୍ରାଙ୍କ ଦାରୁ: ବେରବୋଇ ଗ୍ରାମ (ଡେଲାଙ୍ଗ ନିକଟସ୍ଥ)ଜଗନ୍ନାଥଙ୍କ ଦାରୁ: ରାୟଚକ୍ରଧରପୁର ଗ୍ରାମ (ସାକ୍ଷୀଗୋପାଳ ନିକଟସ୍ଥ), ସତ୍ୟବାଦୀ ଥାନା, ପୁରୀ ଜିଲ୍ଲା§୧୯୬୯ ମସିହା ନବକଳେବରସୁଦର୍ଶନଙ୍କ ଦାରୁ: ବନମାଳୀପୁର ଗ୍ରାମ ନିକଟସ୍ଥ ବଲରାଗ୍ରାମ, ବାଲିପାଟଣା ଥାନାବଳଭଦ୍ରଙ୍କ ଦାରୁ: ଭାକର ସାହି (ଗଡ଼ ଚାରିପଡ଼ା), ବାଲିପାଟଣା ଥାନାସୁଭଦ୍ରାଙ୍କ ଦାରୁ: କାନପୁର ଗ୍ରାମ, ଗୋବିନ୍ଦପୁର ଥାନାଜଗନ୍ନାଥଙ୍କ ଦାରୁ: ତାପଙ୍ଗ ନିକଟସ୍ଥ ଝମ୍ପାଝର ଗ୍ରାମ§୧୯୫୦ ମସିହା ନବକଳେବରସୁଦର୍ଶନଙ୍କ ଦାରୁ: ଜଲାଲପୁରବଳଭଦ୍ରଙ୍କ ଦାରୁ: ବନମାଳୀ ପୁରର ନୂଆପାଟଣା – ନୟାହାଟସୁଭଦ୍ରାଙ୍କ ଦାରୁ: ଦୁର୍ଗେଶ୍ୱର ବାହାରଣା ଗ୍ରାମ (ପୁରୀ ଜିଲ୍ଲା)ଜଗନ୍ନାଥଙ୍କ ଦାରୁ: ଖଡ଼ିହର (କାନପୁର)§୧୯୩୧ ମସିହା ନବକଳେବର[ସମ୍ପାଦନା]ସୁଦର୍ଶନଙ୍କ ଦାରୁ: କାକଟପୁର, ଦେଉଳିମଠ ନିକଟରୁବଳଭଦ୍ରଙ୍କ ଦାରୁ: ସାତ୍ତ୍ଵିକପୁରସୁଭଦ୍ରାଙ୍କ ଦାରୁ: ନିଆଳି, କଟକଜଗନ୍ନାଥଙ୍କ ଦାରୁ: ଗବପଡା§୧୯୧୨ ମସିହା ନବକଳେବରସୁଦର୍ଶନଙ୍କ ଦାରୁ: ଫେତେଗଡ଼, ପୁରୀ ଜିଲ୍ଲାବଳଭଦ୍ରଙ୍କ ଦାରୁ: ନିଆଳିହାଟ, କଟକସୁଭଦ୍ରାଙ୍କ ଦାରୁ: ପୋଲାର ମାହାର, ଉଦୟପୁର, ପୁରୀଜଗନ୍ନାଥଙ୍କ ଦାରୁ: ପ୍ରତାପରୁଦ୍ରପୁରର
Credits:
Subhransu Pradhan