Bhubaneswar Buzz

Art

ଆଦିକବି ସାରଳା ଦାସ – A brief essay in Odia on this great poet by Manas

ଆଦିକବି ସାରଳା ଦାସ – A brief essay in Odia on this great poet by Manas

ଆଦିକବି ସାରଳା ଦାସ କବିଙ୍କ ଜନ୍ମ ପନ୍ଚଦଶ ଶତାବ୍ଦୀର କଥା. ବର୍ତମାନର ଜଗତ୍ସିଂହପୁର ଜିଲ୍ଲାର କନକପୁରଠାରୁ ଅଳ୍ପ ଦୁରରେ ଥିବା ବଡ ସାରୋଳ ଗାଁର “କଳିନାଗ” ଠାରେ ଏକ ଶୁଦ୍ର ପରିବାରରେ ଜନ୍ମଲାଭ କରିଥିଲେ କବି ସାରଳା ଦାସ. କେଉଁ ତିଥିରେ କବି ଜନ୍ମଲାଭ କରିଥିଲେ, ସେ ସମ୍ବନ୍ଧରେ ତାଙ୍କ ରଚନାରୁ କିଛି ମିଳେ ନାହିଁ. ହୁଏତ ମହାଭାରତୀୟ ପରମ୍ପରାରେ ଅନୁପ୍ରାଣିତ ହୋଇ ସେ ମହାକବି କାଳିଦାସ, ଭବଭୁତି, ସେକ୍ସ୍ପିୟର ଏବଂ ଅଶ୍ଵଘୋଷଙ୍କ  ପରି ନିଜ ବଂଶ ପରିଚୟ  ଦେବାକୁ ଇଛା ପ୍ରକାଶ କରିନାହାନ୍ତି. ତେବେ ସେ ତାଙ୍କ ଗ୍ରନ୍ଥମାନଙ୍କରେ ଝଙ୍କଡ ପ୍ରଗଣାର କନକବତୀ ପାଟଣା ଅନ୍ତର୍ଗତ ସାରୋଳ ଗ୍ରାମରେ ଜନ୍ମ ହୋଇଥିବାର ଲେଖିଛନ୍ତି. ଏବେ ମଧ୍ୟ ସେଠାରେ “ଶାରଳା ଦାସନ୍କ ଡିହ” ଅଛି.  ଲୋକ କଥାରୁ କବିନ୍କ ସମ୍ଭ ନ୍ଧରେ ଅନେକ କଥା ଜଣା ଯାଏ. କବି ନ୍କ ଘର ଚନ୍ଦ୍ରଭାଗାନଦୀ ତଟରେ ଥିଲ ଓ ଅଳ୍ପ ଦୂରରେ “ବୃଦ୍ଧା ନଦୀ” ବହି ଯାଉଥିଲା. ସେମାନେ ଚାରି ଭାଇ ଥିଲେ ଆଉ ତାଙ୍କ ପରିବାରଟି ସେ ଗ୍ରାମର ମୁଖିଆ ପରିବାର ଥିଲା. ସେମାନଙ୍କର  ଇଷ୍ଟଦେବୀ ଥିଲେ “ଶାରଳା”, ତେଣୁ ତାଙ୍କ ପରିବାରର ଲୋକେ ମା ଶାରଳାଙ୍କୁ ସେବାପୁଜା କରୁଥିଲେ. ମା’ଙ୍କ ଆଶୀର୍ବାଦରୁ କବିଙ୍କ  ପରିବାର ଅନ୍ନବସ୍ତ୍ରରେ ସର୍ବଦା ସୁଖୀ ଥିଲେ. ପରିବାରର ଲୋକେ ଅଭାବ ଅନାଟନ କଣ ଜାଣିନଥିଲେ. ଗଜପତି କପିଳେନ୍ଦ୍ରଦେବ ଓଡିଶାର ଶାସକ ଥିଲେ ଓ ତାଙ୍କ ଶାସନ କାଳରେ ପ୍ରଜାମାନେ ସୁଖରେ କାଳାତିପାତ କରୁଥିଲେ.  ଓଡିଶାର ମାଟି ସୁଜଳା ସୁଫଳା ଶସ୍ୟ ଶ୍ୟାମଳା. ଯେଉଁଆଡେ ଚାହିଁଲେ ସବୁଜ ରଙ୍ଗ. ନାନା ଜାତିର ଫୁଲ, ଫଳ ଖାଦ୍ୟ ଶାସ୍ୟରେ ପରିପୂର୍ଣ.  ନିଜେ ଖାଇ ବଳକା ଦ୍ରବ୍ୟରେ ବେପାର ବଣିଜ କରି ଓଡିଆ ପୁଅ ଏ ରାଜ୍ୟକୁ ସୁନାରେ ଭରୁଥିଲା. ସେତେବେଳେ କେବଳ ଓଡିଶାରେ ନୁହେଁ ପ୍ରାୟ ଭାରତ ବର୍ଷରେ ସଂସ୍କୃତ ଭାଷା ପ୍ରଧାନ ଥିଲା. ବ୍ରାହ୍ମଣମାନେ ସଂସ୍କୃତରେ ଲେଖାପଢା ଓ କଥାବାର୍ତ୍ତା କରୁଥିଲେ. ଅନ୍ୟ ଜାତିର ଲୋକଙ୍କର ଏ ସବୁରେ ଅଧିକାର ନଥିଲା. ଓଡିଆ ଭାଷାରେ ଲୋକମାନେ କଥାବାର୍ତ୍ତା କରୁଥିଲେ. ଆଜିକାଲିକା ପରି ବହିପତ୍ର ନଥିଲା. ଓଡିଆ ଭାଷା ଓ ସାହିତ୍ୟର ଲିଖିତ ରୁପ ନଥିଲା. କିଏ ଜାଣିଥିଲା ଏଇ ଚାଷୀପୁଅ ଦେବଦୁତ ପରି ଓଡିଆସାହିତ୍ୟର ମୁଳଦୁଆ ପକାଇବେ? ଏତେ ବଡ କୋଠା ଠିଆ କରିବେ ବୋଲି? ତାଙ୍କଠୀରୁ ଓଡିଆ ଭାଷାର ଅଗ୍ରଗତୀ ଆରମ୍ଭ ହେଲା.ସରଳ ଓଡିଆ ଭାଷାରେ ଗାଉଁଲୀ ଚାଷୀମୁହଁରେ ଦାଣ୍ଡୀ ବୃତ୍ତର ଗୀତ ଛୁଟିଲା. ଓଡିଆ ଘରର ସବୁକଥା ସେଥିରେ ପ୍ରକାଶ ପାଇଲା. ଲୋକେ ନିଜକୁ ସେହି ଆଦର୍ଶରେ ଗଢି, ଭାରତରେ ନିଜ ସଂସ୍କୃତି ପାଇଁ ସୁନାମ ପା ଇଲେ. ଚାଷୀଘରର ପିଲା. ହିଡମାଟି ହିଡରେ ଲଦିଲେ ପେଟ ପୁରେ. କଥାରେ ଅଛି, ଚଷା – ଲକ୍ଷ ଜୀବ ପୋଷା. ବୈଶାଖମାସ ଅଷ୍ଟମୀ ତିଥୀ, ମଙ୍ଗଳ ଵାର. ପ୍ରବଳ ଖରା. କବି ଯନ୍ତାରେ ଆଖୁ କିଆରୀକୁ ପାଣି ବୋହୁଥିଲେ. ପାଖରେ ରାସ୍ତା, ଲୋକମାନେ ଯେ ଯାହା କାମରେ ଯିବା ଆସିବା କରୁଥାନ୍ତି. କବି ପାଣିବୁହା ପରିଶ୍ରମର କଷ୍ଟ ଉଣା କରିବା ପାଇଁ ଗୀତ ଗାଉଥାନ୍ତି. ମା ଶାରଳା ପ୍ରତିଦିନ ପରି ସେଦିନ ରାସ୍ତାରେ ବୁଲି ଯାଉଥାନ୍ତି. ସେ ନାନା ଅଳଙ୍କାର ପିନ୍ଧିଥିବା ଏକ ଦିବ୍ୟ ତରୁଣୀଙ୍କୁ ଦେଖି ଗୀତ ବନ୍ଦ କରିଦେଲେ. କିଛି ସମୟ ପରେ ଦେବୀ ବୃଦ୍ଧା ବେଶରେ ଆସି କାହିଁକି ଗୀତ ବନ୍ଦ କଲ ବୋଲି ପ୍ରଶ୍ନ କଲେ. କବି କେଵଳ ତାଙ୍କୁ ଦେଖି ୟାଡୁସ୍ୟାଡୁ ଗୀତକୁ ବନ୍ଦ କରିଛନ୍ତି ଵୋଲିକହିଲେ. ମା କହିଲେ ଏଣିକି ତୁମ କଣ୍ଠରୁ ଅନ୍ୟ କିଛି ଗୀତ ନ ବାହାରି କେବଳ ବିଷ୍ନୁଚରିତ ବାହାରିବ. ଏହା ମୋର ଆଶିର୍ବାଦ. ତାପରେ ସେ କୁଅଡେ ଉଭେଇଗଲେ. କବି ତାଙ୍କର ପରିଚୟ ପାଇବାକୁ ବ୍ୟାକୁଳ ହୋଇ ଉଠିଲେ. ମନ ମଧ୍ୟରେ ମାଙ୍କ କଥା ଭାବି କବି ଶୋଇ ଶୋଇ ସ୍ଵପ୍ନ ଦେଖିଲେ. ଚାରିଆଡ ଅଲୋକିର ହୋଇଗଲା.ଦେବୀ ଶାରଳା ସିଂହ ବାହନରେ ବିଜେ ହୋଇଥାନ୍ତି. ଆଠଟି ବାହୁରେ ଅଶ୍ତ୍ରଶସ୍ତ୍ର ସହ ଲେଖନୀ ତାଳପତ୍ର ରହିଥାଏ. ଝୁଣା, ଗୋକୁଳ, ଚୁଆ ଓ ଚନ୍ଦନର ବାସ୍ନାରେ ଚାରିଦିଗମହକି ଉଠୁଥାଏ. ମାଙ୍କ ଦିବ୍ୟ ମୂର୍ତ୍ତୀ ଦେଖି କବି ପ୍ରଣାମ କଲେ. ମା ଖୁସିରେ ତାଙ୍କୁ ଉଠେଇ ନେଇ କହିଲେ – ବାବୁରେ! ମୁ ହେଉଛି ଝଙ୍କଡବାସିନୀ ମହିଷା-ମର୍ଦିନୀ ଶାରଳା.  ମୁଁ ମହାଲକ୍ଷ୍ମୀ ଓ ମହା ସରସ୍ଵତୀ.  ପାଣି ବୋହିବା ବେଳେ ମୁଁ ଦେଖା ଦେଇଥିଲି.…