୧୮୯୯ରେ ସମ୍ବଲପୁର ଅଞ୍ଚଳରେ ଭୟାବହ ଦୁର୍ଭିକ୍ଷ ଦେଖାଦେଇଥିଲା । ଏହା ୧୮୬୬ ମସିହାରେ ଘଟିଯାଇଥିବା ଉପକୂଳ ଓଡ଼ିଶାର ନ’ଅଙ୍କ ଦୁର୍ଭିକ୍ଷ ଭଳି ମନୁଷ୍ୟକୃତ ଥିଲା । ୧୮୯୦ରେ ଝାରସୁଗୁଡ଼ା ଦେଇ ବମ୍ବେ-କଲିକତା ରେଳପଥ ନିର୍ମାଣ ହେବାପରେ ୧୮୯୪ରେ ଝାରସୁଗୁଡ଼ାଠାରୁ ସମ୍ବଲପୁରକୁ ରେଳପଥ ନିର୍ମାଣହେଲା । ଫଳରେ ଏହି ଅଞ୍ଚଳରୁ ଉତ୍ପାଦିତ ଶସ୍ୟକୁ ସଂଗ୍ରହକରି ରେଳମାଧ୍ୟମରେ ପଠାଇ…
