ଜନ୍ମାଷ୍ଟମୀ ଭଗବାନ କୃଷ୍ଣଙ୍କ ଜନ୍ମ ଉତ୍ସବ ଅଟେ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀର ଅର୍ଦ୍ଧଚନ୍ଦ୍ର ଓ କୃଷ୍ଣଙ୍କ ଜନ୍ମାଷ୍ଟମୀ ମଧ୍ୟରେ ଅଛି ଏକ ଅପୂର୍ବ ସମ୍ବନ୍ଧ । ଏହି ଅଷ୍ଟମୀର ଅର୍ଦ୍ଧଚନ୍ଦ୍ର ପ୍ରକଟ ଓ ଅପ୍ରକଟ ବୋଲି ଦୁଇଟି ଜିନିଷର ସମନ୍ବୟର ପ୍ରତୀକ । ‘ପ୍ରକଟ’ ହେଉଛି ବସ୍ତୁ/ ପାର୍ଥିବ ଜଗତ ଓ ‘ଅପ୍ରକଟ’ ହେଉଛି ଆଧ୍ୟାତ୍ମିକ କ୍ଷେତ୍ର । ଏଇ ସଂସାରରେ ଯିଏ ପଦାର୍ଥ ଜଗତର କାର୍ଯ୍ୟକଳାପରେ ଲିପ୍ତ ରୁହନ୍ତି ସେ ଜଡ଼ ହୋଇଯାଆନ୍ତି ଏବଂ ଯେ ଆଧ୍ୟାତ୍ମିକ ଜଗତରେ ବୁଡ଼ିରହନ୍ତି ଅବଧୂତ ହୋଇଯାଆନ୍ତି ସେ ନିଜ ପାରିପାର୍ଶ୍ୱିକ ଦୁନିଆରେ ଅନଭିଜ୍ଞ ରହନ୍ତି ।
ଅଷ୍ଟମୀରେ କୃଷ୍ଣଙ୍କର ଜନ୍ମ, ପଦାର୍ଥ ତଥା ଆଧ୍ୟାତ୍ମିକ ସଂସାର ଉଭୟ ପ୍ରତି ତାଙ୍କର ପ୍ରଭୁତ୍ଵକୁ ବ୍ୟକ୍ତକରେ । ସେ ଜଣେ ମହାନ ଶିକ୍ଷକ ତଥା ଆଧ୍ୟାତ୍ମିକ ପ୍ରେରଣାସ୍ରୋତ ଅଟନ୍ତି ଏବଂ ଜଣେ ପରିପୂର୍ଣ୍ଣ ରାଜନୀତିଜ୍ଞ ମଧ୍ୟ । ଏକ ପକ୍ଷେ ଯୋଗେଶ୍ଵର (ଯୋଗର ସ୍ୱାମୀ – ଏକ ସ୍ଥିତି ଯାହାକୁ ପାଇବାକୁ ପ୍ରତ୍ୟେକ ଯୋଗୀଙ୍କ ଅଭିଳାଷ ଥାଏ) ଅଟନ୍ତି, ଆରପକ୍ଷେ ସେ ଜଣେ ଚୋର ଅଟନ୍ତି । କୃଷ୍ଣଙ୍କ ସବୁଠୁ ବଡ଼ ନିପୁଣତା ଥିଲା ଯେ ସେ ଏକ ସମୟରେ ସନ୍ଥଙ୍କ ପରି ସଂଯମୀ ଏବଂ ଛୋଟ ପିଲାଙ୍କ ପରି ନଟଖଟିଆ ଗୁଣରେ ଭରପୂର । ଉଭୟ ପ୍ରବୃତ୍ତି ଚରମ ସୀମା ପର୍ଯ୍ୟନ୍ତ ରଖି ବି ତା ମଧ୍ୟରେ ଉତ୍ତମ ସନ୍ତୁଳନ ରକ୍ଷା କରୁଥିଲେ । ଏଇଥି ପାଇଁ ବୋଧେ କୃଷ୍ଣଙ୍କ ବ୍ୟକ୍ତିତ୍ୱ ବୁଝିବା ଅତି କଠିନ । ଅବଧୂତ ବାହ୍ୟ ସଂସାର ପ୍ରତି ଉଦାସୀନ ତଥା ସାଂସାରିକ ବ୍ୟକ୍ତି, ଏକ ରାଜନେତା ଅଥବା ଏକ ରଜା ଆଧ୍ୟାତ୍ମିକ ସଂସାର ବାବଦେ ଅନଭିଜ୍ଞ ଅଟନ୍ତି, କିନ୍ତୁ କୃଷ୍ଣ ଦ୍ଵାରିକାଧୀଶ ତଥା ଯୋଗେଶ୍ଵର ଉଭୟ ଅଟନ୍ତି ।
ଆହୁରି ମଧ୍ୟ କୃଷ୍ଣଙ୍କ ଦ୍ୱାରା ପ୍ରୟୋଗ କରାଯାଇଥିବା ନୀତିଗୁଡ଼ିକ ଅତୁଳନୀୟ ଅଟେ । କୌଣସି ବି ସାଧୁସନ୍ଥ ଅଥବା ଧର୍ମ ପ୍ରବର୍ତ୍ତକ କେବେ କୌଣସି ଏମିତି ନୀତି ପ୍ରୟୋଗ କରିନାହାନ୍ତି । କୃଷ୍ଣଙ୍କ ଜୀବନ ଏକାନ୍ତବାସୀ ସାଧୁଙ୍କ ଭଳି ନଥିଲା । ସେ ସମ୍ପୂର୍ଣ୍ଣ କର୍ମଠ ଯୁକ୍ତ ଅଟନ୍ତି । ଘଟୁଥିବା ପ୍ରତ୍ୟେକ କ୍ଷଣ ତାଙ୍କ ଜ୍ଞାତସାରରେ ରହୁଥିଲା । ପ୍ରତ୍ୟେକ ଘଟଣାର ଜ୍ଞାନ ଥାଇବି ସବୁ ଘଟଣାରୁ ନିର୍ଲିପ୍ତ ରହୁଥିଲେ । କୃଷ୍ଣ ହିଁ ଦେଖାଇଥିଲେ ଜୀବନ ଆନନ୍ଦ ଆନନ୍ଦ ଅଟେ, ଉତ୍ସବ ଅଟେ । କେବଳ ଜଣେ କୃଷ୍ଣ ହିଁ ଯୁଦ୍ଧକ୍ଷେତ୍ରରେ ଜ୍ଞାନ ଦେଇପାରନ୍ତି ଏବଂ କେବଳ ଅର୍ଜୁନ ହିଁ ସେ ତତ୍ତ୍ୱ ବୁଝି ପାରନ୍ତି । କଳ୍ପନା କରନ୍ତୁ କେହି ହାତରେ ବନ୍ଧୁକ ଧରି ଛିଡ଼ାହୋଇଛନ୍ତି ତଥା ସତ୍ବ ରଜସ ତମସର ସମୀକ୍ଷା କରୁଛନ୍ତି । କେବଳ ବ୍ରହ୍ମରେ ସ୍ଥିତ ବ୍ୟକ୍ତି ହିଁ ଏମିତି କରି ପାରନ୍ତି କାରଣ ସବୁ ଘଟଣା ତାଙ୍କ ନିୟନ୍ତ୍ରଣରେ ରହିଥାଏ ଓ ତାଙ୍କୁ ସବୁ ଜ୍ଞାତ ଥାଏ ।
କୃଷ୍ଣଙ୍କ ଜ୍ଞାନ ଆମ ସମୟରେ ଅତୀବ ପ୍ରାସଙ୍ଗିକ ଅଟେ । ଏହା ପୂର୍ଣ୍ଣଭାବେ ପଦାର୍ଥରେ ଲିପ୍ତ ହେବାକୁ ଅବରୋଧ କରେ କିନ୍ତୁ ସେଥିରୁ ସମ୍ପୂର୍ଣ୍ଣ ଭାବେ ବିମୁଖ କରେନାହିଁ । ଏହା ମଣିଷ ଜୀବନରେ ନୂଆ ଶକ୍ତି ସଂଚାର କରେ । ଏକ ଥକିଯାଇଥିବା ବ୍ୟକ୍ତିତ୍ୱକୁ ଏକ ସଂଯମୀ ତଥା ସକ୍ରିୟ ବ୍ୟକ୍ତିତ୍ୱରେ ପରିଣତ କରିଦିଏ । କୃଷ୍ଣ ଆମକୁ କୁଶଳତା ଯୁକ୍ତ ଭକ୍ତିର ଜ୍ଞାନ ଦିଅନ୍ତି । ଅନେକ କୁଶଳ ବ୍ୟକ୍ତିଙ୍କଠାରେ ସମ୍ବେଦନଶୀଳତା ତଥା ଭକ୍ତି କାର୍ଯ୍ୟରେ କୁଶଳତା କମ ଦେଖାଯାଏ । କୃଷ୍ଣଙ୍କ ବ୍ୟକ୍ତିତ୍ଵରେ ଶ୍ରଦ୍ଧା ତଥା କାର୍ଯ୍ୟକୁଶଳତା ଭଳି ବିପରୀତ ମୂଲ୍ୟବୋଧର ଶ୍ରେଷ୍ଠ ସଂଯୋଜନା ଅଟେ । ଗୋକୁଳାଷ୍ଟମୀ ଉତ୍ସବ ପାଳନ କରିବାର ଅର୍ଥ ପୂର୍ଣ୍ଣତଃ ବିପରୀତ କିନ୍ତୁ ଗୋଟିଏ ଅନ୍ୟର ଅନୁକୂଳ ଗୁଣର ଆତ୍ମସାଧ୍ୟ କରିବା ତଥା ତା ଉପରେ ବିଜୟ ପ୍ରାପ୍ତ କରିବା ।
କୃଷ୍ଣର ଅର୍ଥ ସବୁଠୁ ଆକର୍ଷକ – ଆତ୍ମା ହେଉ କି ଅସ୍ତିତ୍ବ । ସଭିଙ୍କ ଆତ୍ମା କୃଷ୍ଣ ଅଟେ । ଯେବେ ଆମର ବ୍ୟକ୍ତିତ୍ୱରୁ ଶୁଦ୍ଧ ସ୍ୱଭାବ ବାହାରି ଆସେ, ସେତେବେଳେ କୁଶଳତା ତଥା ସମ୍ପୂର୍ଣ୍ଣତା ସ୍ୱୟଂ ଆସିଯାଏ । କୃଷ୍ଣ ଗୀତାରେ କହିଛନ୍ତି, “ସେ ସମର୍ଥରେ ସାମର୍ଥ୍ୟ ଅଟନ୍ତି, ଜ୍ଞାନୀରେ ଜ୍ଞାନ, ସୁନ୍ଦରରେ ସୁନ୍ଦରତା ଏବଂ ଗମ୍ଭୀରରେ ଗାମ୍ଭୀର୍ଯ୍ୟ ଅଟନ୍ତି । ସେ ସକଳ ଜୀବଙ୍କ ଜୀବନ ଶକ୍ତି ଅଟନ୍ତି ।”
ଜନ୍ମାଷ୍ଟମୀ ହେଉଛି ସେହିଦିନ ଯେଉଁଦିନ ଆପଣ କୃଷ୍ଣଙ୍କ ସେହି ବିରାଟ ସ୍ବରୂପକୁ ଆପଣଙ୍କ ଚେତନାରେ ପୁଣିଥରେ ଜାଗ୍ରତ କରାନ୍ତି । ନିଜ ଶୁଦ୍ଧ ସ୍ୱଭାବରେ ନିଜ ଜୀବନ ଜିଇଁବା ହିଁ କୃଷ୍ଣ ଜନ୍ମର ବସ୍ତାବିକ ରହସ୍ୟ ଅଟେ । ଏହି ପ୍ରକାରେ ଜନ୍ମାଷ୍ଟମୀ ପାଳନ କରିବାର ସବୁଠୁ ସାର୍ଥକ ଉପାୟ । ଆପଣଙ୍କୁ ଏହା ଜାଣିବାକୁ ହେବ ଯେ ଆପଣଙ୍କ ଦୁଇଟି ଭୂମିକା ଅଛି । ରାଷ୍ଟ୍ରର ଦାୟିତ୍ୱସମ୍ପନ୍ନ ନାଗରିକ ହେବା ତା ସହିତ ଆପଣଙ୍କ ସମସ୍ତ ଘଟଣାର ଜ୍ଞାନ ରହିବା ଉଚିତ । ଜନ୍ମାଷ୍ଟମୀ ପାଳନ କରିବାର ବାସ୍ତବିକ ତାତ୍ପର୍ଯ୍ୟ ହେଉଛି ନିଜ ଜୀବନରେ ଟିକେ ଅବଧୂତ ଓ ଟିକେ କ୍ରିୟାଶୀଳତା ସମାବେଶ କରିବା ।
——————————————————————————————————————–
Author NISTHA RANJAN DASH (@DashNistha on twitter)
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPost. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…